ପାସ୍‌ପୋର୍ଟ୍‌ ପାଇଁ ବାହାରିଲା ମୋବାଇଲ ଆପ୍‌ MPassportSeva, ବର୍ତ୍ତମାନ ମୋବାଇଲ୍‌ ଆପ୍‌ରେ ଅପ୍ଲାଏ କରିପାରିବେ ନୂଆ ପାସ୍‌ପୋର୍ଟ୍‌

HomeLatest

ପାସ୍‌ପୋର୍ଟ୍‌ ପାଇଁ ବାହାରିଲା ମୋବାଇଲ ଆପ୍‌ MPassportSeva, ବର୍ତ୍ତମାନ ମୋବାଇଲ୍‌ ଆପ୍‌ରେ ଅପ୍ଲାଏ କରିପାରିବେ ନୂଆ ପାସ୍‌ପୋର୍ଟ୍‌

Latestବିଶେଷ

By Sambad On Jun 28, 2018

 0 416

ସେୟାର

ସରକାର ବର୍ତ୍ତମାନ ‘mPassportSeva’ ମୋବାଇଲ୍‌ ଆପ୍‌ରେ ନୂଆ ଫିଚର୍ସ୍‌ ସାମିଲ କରିଛନ୍ତି ଯାହା ଦ୍ୱାରା ଆପଣ ମୋବାଇଲ୍‌ ଆପ୍‌ ମାଧ୍ୟମରେ ନୂଆ ପାସ୍‌ପୋର୍ଟ୍‌ ପାଇଁ ଆବେଦନ କରିପାରିବେ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଉଭୟ ପାଇଁ ତିଆରି କରାଯାଇଛି। ଏହି ଆପ୍‌ ‘କନ୍‌ସୁଲାର୍‌, ପାସ୍‌ପୋର୍ଟ୍‌ ଓ ଭିସା (ସିପିଭି) ଡିଭିଜନ୍‌’ ତିଆରି କରିଛି। ଅନ୍‌ଲାଇନ୍‌ େଓ୍ଵବ୍‌ସାଇଟ୍‌ରେ ପାସ୍‌ପୋର୍ଟ୍‌ ଆବେଦନ ପାଇଁ ଯାହା ରହିଛି ଏଠି ମଧ୍ୟ ତାହା ରହିବା ସହ କିଛି ସହଜ ଓ ନୂଆ ଫିଚର୍ସ୍‌ ସାମିଲ କରାଯାଇଛି।

ଆପ୍‌ ଷ୍ଟୋର୍‌ରୁ ପ୍ରଥମେ ଡାଉନ୍‌ଲୋଡ୍‌ କରନ୍ତୁ mPassportSeva ମୋବାଇଲ୍‌ ଆପ୍‌

ଆପ୍‌ ଖୋଲି ନିଉ ୟୁଜର୍‌ ରେଜିଷ୍ଟ୍ରେସନ୍‌ ଖୋଲନ୍ତୁ

ପାସ୍‌ପୋଟ୍‌ର୍ ଅଫିସ୍‌ ସିଲେକ୍ଟ୍‌ କରନ୍ତୁ

ନିଜର ତଥ୍ୟ ଦିଅନ୍ତୁ (ଯେମିତି କି; ନାମ, ଜନ୍ମ ତାରିଖ, ଇ-ମେଲ୍‌ ଆଇଡି ଇତ୍ୟାଦି)

ଏକ ଲଗ୍‌ଇନ୍‌ ଆଇଡି ଖୋଲନ୍ତୁ: ଏକ ନୂଆ ନାମରେ ଲଗ୍‌ଇନ୍‌ ଆଇଡି ଖୋଲି ପାସ୍‌ଓ୍ଵାର୍ଡ୍‌ ଦିଅନ୍ତୁ। କିମ୍ବା ନିଜର ଇ-ମେଲ୍‌ ଆଇଡିକୁ ମଧ୍ୟ ଏହି ଆପ୍‌ରେ ଲଗ୍‌ଇନ୍‌ ଆଇଡି ଭାବେ ବ୍ୟବହାର କରିପାରିବେ।

ସିକ୍ୟୁରିଟି ପ୍ରଶ୍ନ ଓ ଉତ୍ତର ଚୟନ କରନ୍ତୁ: ଯଦି ଆପଣ ଦେଇଥିବା ପାସ୍‌ଓ୍ଵାର୍ଡ୍‌ ଭୁଲି ଯାଉଛନ୍ତି ତା’ହେଲେ ଏହି ସିକ୍ୟୁରିଟି ପ୍ରଶ୍ନ ମାଧ୍ୟମରେ ପୁଣି ରିସେଟ୍‌ କରି ପାରିବେ।

କାପ୍‌ଚା ଦିଅନ୍ତୁ: କନ୍‌ଫର୍‌ମେସନ୍‌ ପରେ ଏକ ଛୋଟ ଚିତ୍ରରେ ଦିଆଯାଇଥିବା ଲେଖା (କାପ୍‌ଚା କୋଡ୍‌)କୁ ଲେଖି ସବ୍‌ମିଟ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ।

ଇମେଲ୍‌ ଚେକ୍‌ କରନ୍ତୁ: Passport.adminରୁ ଆସିଥିବା ଇମେଲ୍‌କୁ ଖୋଲନ୍ତୁ ଓ ସେଥିରେ ଭେରିଫିକେସନ୍‌ ପାଇଁ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରି ଭେରିଫାଏ କରନ୍ତୁ।

ପାସ୍‌ପୋଟ୍‌ର୍ ସେବା େଓ୍ଵବ୍‌ସାଇଟ୍‌ରେ ଲିଙ୍କ୍‌ ଭେରିଫାଏ କରନ୍ତୁ: ଲିଙ୍କ୍‌କୁ କ୍ଲିକ୍‌ କଲା ପରେ ଏକ େଓ୍ଵବ୍‌ସାଇଟ୍‌ ଖୋଲିବ ଯେଉଁଠି ଆପଣଙ୍କୁ କନ୍‌ଫର୍‌ମେସନ୍‌ କରିବା ପାଇଁ ଲଗିନ୍‌ ଆଇଡି ଦେବାକୁ କୁହାଯିବ।

ଆପ୍‌ ବନ୍ଦ କରି ପୁଣି ଖୋଲନ୍ତୁ: Existing Userରେ କ୍ଲିକ୍‌ କରି ଲଗ୍‌ଇନ୍‌ ଆଇଡି ଓ ପାସ୍‌ଓ୍ଵାଡ୍‌ର୍ ଦେଇ କାପ୍‌ଚା କୋଡ୍‌ ଦିଅନ୍ତୁ। ଏହାପରେ ଆପଣଙ୍କୁ ଦେଖାଯିବ ନୂଆ ସ୍କ୍ରିନ୍‌ ଯେଉଁଠି ନୂଆ/ଫ୍ରେସ୍‌ ପାସ୍‌ପୋର୍ଟ୍‌ ଆବେଦନ ସହ ଅନ୍ୟ ଅପ୍‌ସନ୍‌ ଥିବ।

ଫର୍ମ ଆଣି ଫିଲ୍‌ଅପ୍‌ କରନ୍ତୁ: ଅପ୍ଲାଏ ଫ୍ରେସ୍‌ ପାସ୍‌ପୋର୍ଟ୍‌ରେ କ୍ଲିକ୍‌ କରନ୍ତୁ, ଏହାକୁ ଫଲୋ କରି ଫମ୍‌ର୍ ଫିଲ୍‌ଅପ୍‌ କରନ୍ତୁ।

ପଇସା ପଇଠ କରନ୍ତୁ: ଯେତେବେଳେ ଆପଣ ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି, ପଇସା ମଧ୍ୟ ଡିଜିଟାଲି ଅନ୍‌ଲାଇନ୍‌ କରିପାରିବେ।

ଡକ୍ୟୁମେଣ୍ଟ୍‌ ଭେରିଫିକେସନ୍‌ ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ: ଫମ୍‌ର୍ ଫିଲ୍‌ଅପ୍‌ କରି ସାରିଲା ପରେ ଆପଣ ଡକ୍ୟୁମେଣ୍ଟ୍‌ ଭେରିଫିକେସନ୍‌ ପାଇଁ ଆପଣଙ୍କ ସହରର ପାସ୍‌ପୋଟ୍‌ର୍ ଅଫିସ୍‌ରେ ଏପଏଣ୍ଟ୍‌ମେଣ୍ଟ୍‌ ଫିକ୍ସ୍‍ କରିବେ।

 ପୂର୍ବବର୍ତ୍ତୀ ଖବର

ପୁଲିସ ପରୀକ୍ଷାରେ ଡେଙ୍ଗା ଦିଶିବାକୁ ମୁଣ୍ଡରେ ହେନା ଲଗାଇ ଥିବା ଯୁବକ ଗିରଫ

ପରବର୍ତ୍ତୀ ଖବର 

ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲା ପୁଅ, ମା’ ଛଡାଇ ନେବାରୁ କଲା ଆତ୍ମହତ୍ୟା

ସମ୍ବନ୍ଧିତ ଖବର

Latest

୧୭ବର୍ଷ ଧରି ଗଚ୍ଛିତ ଥିବା ୨୮୦୦ ମୃତଦେହର ଅଂଶ ମିଳିଲା,ପୁଲିସର ଅବହେଳା ପାଇଁ ଘଟିଛି ଏହି ଘଟଣା

Latest

ଫଟୋ ଉଠାଉଥିବା ବେଳେ ଅନୁଷ୍କାଙ୍କ ପଛପଟୁ ଆସି ଏଭଳି କାମ କଲେ ଏହି ଅଭିନେତା, ଭିଡ଼ିଓରେ କଏଦ୍‌ ହେଲା…

Latest

ୟୁପିଏସ୍‌ସି ପ୍ରିଲିମିନାରୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ନାଲକୋରେ ନିଯୁକ୍ତି ପାଇପାରିବେ,…

Latest

ସେନେଗାଲକୁ ୧-୦ରେ ପରାସ୍ତ କରି ନକଆଉଟରେ କଲମ୍ବିଆ

Comments

Popular posts from this blog

NCERT Delhi Recruitment 2019 for 12 Assistant Editor, Editorial Assistant and Proof Reader Posts

ARTICLES NOTES

How Plants Make Food